ପୁରୀ ସାତପଡ଼ା ଜାତୀୟ ରାଜପଥର ନାଗାଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ୨ ଜଣଙ୍କର ମୃତ୍ୟୁ ।



 ବ୍ରହ୍ମଗିରି ଥାନା ଅନ୍ତର୍ଗତ ପୁରୀ ସାତପଡ଼ା ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଗତ ବିଳମ୍ବିତ ରାତିରେ ଦୁଇ ଜଣ କାରରେ ପୁରୀରୁ ସାତପଡ଼ା ଅଭିମୁଖେ ନିଜ ଗ୍ରାମକୁ ଫେରୁଥିବା ବେଳେ ନାଗା ଛକ ନିକଟରେ ଭାରସାମ୍ୟ ହରାଇ କାରଟି ଗଛରେ ପିଟି ହୋଇଯାଇଥିଲା। ଫଳରେ ଡ୍ରାଇଭର ଭାଗବନପୁରର ନବାବ ଖାନ ଏବଂ କାର ମାଲିକ ସହଦେବପୁରୁର ଧୀରେନ୍ଦ୍ର ପଲାଇଙ୍କ ଘଟଣା ସ୍ଥଳରେ ମୃତ ହୋଇଥିବା ଜଣାପଡିଛି । ଜାତୀୟ ରାଜପଥରେ ବେଆଇନ ଭାବେ ଟ୍ରାକ୍ଟରରେ ମାଟି ବୋହି ରାସ୍ତା ସମ୍ପୂର୍ଣ୍ଣ କାଦୁଅ ହୋଇଯାଇଥିଲା । ଯାହା ଫଳରେ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି ।



أحدث أقدم